ସ୍ବାଧୀନତା ଦିବସ (debate on independence day) ଉପକ୍ରମ : ସ୍ବାଧୀନତା ମାନବର ଜନ୍ମ ଅଧିକାର ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିହାର, ସ୍ବାଧୀନ ଜୀବନ ପୁଣି ସ୍ବାଧୀନ ସମିତି, ଚାରିସ୍ତମ୍ଭେ ମାନବର ସମାଜ ସଂସ୍ଥିତି । -ଗୋପବନ୍ଧୁ ଦାସ ସ୍ବାଧୀନତା ଦିବସ ଏକ ଜାତୀୟ ଦିବସ । ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ନିଜର ମୁକ୍ତି ଦିବସକୁ ସ୍ବାଧୀନତା ଦିବସ ରୂପେ ପାଳନ କରିଥାନ୍ତି । ଏହିଦିନ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ । ଅଗଷ୍ଟ ୧୫ ତାରିଖ ଆମର ସ୍ବାଧୀନତା ଦିବସ । ଏହିଦିନ ଆମେ ଅତି ଆନନ୍ଦର ସହ ସଭିଏଁ ଭାଇଭଉଣୀ ଏକାଠି ହୋଇ ସ୍ବାଧୀନତା ଦିବସ ପାଳନ କରିଥାଉ । କାହିଁକି ପାଳନ କରାଯାଏ : ସ୍ବାଧୀନତା ଦିବସ ପାଳନ ଦ୍ଵାରା ଜାତୀୟ ଏକତା ଦୃଢ଼ ହୁଏ । ଭାରତ ଏକ ପ୍ରାଚୀନ, ବହୁ ଧର୍ମ, ଗୋଷ୍ଠୀ, ଭାଷାଭାଷୀ ଲୋକଙ୍କୁ ନେଇ ଗଠିତ । ଏହି ଦିବସ ପାଳନ ଦ୍ଵାରା ଆମମାନଙ୍କ ମନରେ ଐକ୍ୟଭାବ ପ୍ରତିଷ୍ଠା ହୁଏ । ଅଖଣ୍ଡ ଭାରତର ସ୍ବାଧୀନତା ବଜାୟ ରଖିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ହେଉ । ବାଳକବାଳିକାମାନଙ୍କ ମଧ୍ୟରେ ଏକତା ଭାବ ପ୍...
orissa publishers, odisha, book publishers in orissa, publishers in india, publication, publishers, orissa publication, catalogue of all publishers