Skip to main content

odia debate august 15

 ସ୍ବାଧୀନତା ଦିବସ odia debate august 15

ଉପକ୍ରମ :  ସ୍ବାଧୀନତା ଦିବସ ଏକ ଜାତୀୟ ଦିବସ । ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ନିଜର ମୁକ୍ତି ଦିବସକୁ ସ୍ବାଧୀନତା ଦିବସ ରୂପେ ପାଳନ କରିଥାନ୍ତି । ଏହିଦିନ ଜାତୀୟ ପତାକା ଉେତ୍ତାଳନ କରାଯାଇଥାଏ । ଅଗଷ୍ଟ ୧୫ ତାରିଖ ଆମର ସ୍ବାଧୀନତା ଦିବସ । ଏହିଦିନ ଆମେ ଅତି ଆନନ୍ଦର ସହ ସଭିଏଁ ଭାଇଭଉଣୀ ଏକାଠି ହୋଇ ସ୍ବାଧୀନତା ଦିବସ ପାଳନ କରିଥାଉ ।

କାହିଁକି ପାଳନ କରାଯାଏ : ସ୍ବାଧୀନତା ଦିବସ ପାଳନ ଦ୍ଵାରା ଜାତୀୟ ଏକତା ଦୃଢ଼ ହୁଏ । ଭାରତ ଏକ ପ୍ରାଚୀନ, ବହୁ ଧର୍ମ, ଗୋଷ୍ଠୀ, ଭାଷାଭାଷୀ ଲୋକଙ୍କୁ ନେଇ ଗଠିତ । ଏହି ଦିବସ ପାଳନ ଦ୍ଵାରା ଆମମାନଙ୍କ ମନରେ ଐକ୍ୟଭାବ ପ୍ରତିଷ୍ଠା ହୁଏ । ଅଖଣ୍ଡ ଭାରତର ସ୍ବାଧୀନତା ବଜାୟ ରଖିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ହେଉ । ବାଳକବାଳିକାମାନଙ୍କ ମଧ୍ୟରେ ଏକତା ଭାବ ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ସେମାନଙ୍କ ମନରେ ଦେଶ ପାଇଁ ତ୍ୟାଗ କରିବାର ଭାବନା ଉଦ୍ରେକ ହୁଏ । ଏହାଛଡ଼ା ଆମ ଦେଶ ସ୍ବାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଅମର ସହିଦମାନଙ୍କୁ ଓ ସ୍ବାଧୀନତାସଂଗ୍ରାମୀମାନଙ୍କୁ ମନେ ପକାଇ ଓ ଯଥୋଚିତ ସମ୍ମାନ ପ୍ରଦାନ କରିଥାଉ । ସେମାନଙ୍କର ବୀରତ୍ଵ ଓ ବଳିଦାନର କାହାଣୀ ଛାତ୍ରଛାତ୍ରୀମାନଙ୍କ ମନରେ ଦେଶପ୍ରେମର ବୀଜ ଅଙ୍କୁରିତ କରାଏ ।

କିପରି ପାଳନ କରାଯାଏ : ସ୍ବାଧୀନତା ଦିବସ ସବୁ ଶିକ୍ଷାନୁଷ୍ଠାନମାନଙ୍କରେ ଓ ସରକାରୀ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ଭାବେ ପାଳନ କରାଯାଇଥାଏ । ଏହାଛଡ଼ା ଏହା ବ୍ୟବସାୟ ପ୍ରତିଷ୍ଠାନ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ମଧ୍ୟ ପାଳନ କରାଯାଇଥାଏ । ଏହାର ମୁଖ୍ୟ କାର୍ଯ୍ୟକ୍ରମ ଦିଲ୍ଲୀର ଲାଲକିଲ୍ଲାଠାରେ ମହାସମାରୋହରେ ପାଳନ କରାଯାଇଥାଏ । ଏଠାରେ ରାଷ୍ଟ୍ରମୁଖ୍ୟ ପତାକା ଉେତ୍ତାଳନ କରୁଥିବା ବେଳେ ସ୍କୁଲ, କଲେଜମାନଙ୍କରେ ଅନୁଷ୍ଠାନର ମୁଖ୍ୟମାନେ ପତାକା ଉେତ୍ତାଳନ କରନ୍ତି । ପତାକା ଉେତ୍ତାଳନ ପରେ ଜାତୀୟ ସଂଗୀତ ବୋଲାଯାଏ । ତାପରେ ରାମଧୂନ୍ ସୁରଭିତ କଣ୍ଠରେ ପିଲାମାନେ ଗାନ କରନ୍ତି । ଭାରତ ମାତାକୀ ଜୟ, ସ୍ବାଧୀନତା ଦିବସକୀ ଜୟ ଇତ୍ୟାଦି ଧ୍ଵନିରେ ଗଗନ ପବନ ଉଛୁଳି ପଡେ଼ । ଜାତୀୟ ପତାକା ଧରି, ରାମଧୂନ୍ ଗାଇ ଗାଇ ପ୍ରଭାତ ଫେରିରେ ଯା'ନ୍ତି । ପ୍ରଭାତ ଫେରିରୁ ଆସିବା ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ସଭାର ଆୟୋଜନ କରାଯାଇଥାଏ । ଏ ଦିବସର ତାପିର୍ଯ୍ୟ ବିଷୟରେ ଶିକ୍ଷକ ତଥା ଅତିଥିମାନେ ଭାଷଣ ଦିଅନ୍ତି । ପିଲାମାନେ ମଧ୍ୟ ସ୍ବ ସ୍ବ ବକ୍ତବ୍ୟ ପ୍ରଦାନ କରନ୍ତି । ଦେଶାତ୍ମବୋଧକ ଗୀତମାନ ପିଲାମାନଙ୍କ ଦ୍ଵାରା ପରିବେଷଣ କରାଯାଇଥାଏ । ଗାନ୍ଧୀ, ଗୋପବନ୍ଧୁ, ସୁଭାଷ, ପଟେଲ୍ ଇତ୍ୟାଦି ଦେଶପ୍ରେମୀମାନଙ୍କ ବିଷୟରେ ପିଲାମାନେ ନାଟକ, ଏକାଙ୍କିକା ପ୍ରଦର୍ଶନ କରିଥାନ୍ତି । ଶେଷରେ ପିଲାମାନଙ୍କ ମଧ୍ୟରେ  ମିଷ୍ଠାନ୍ନ ବଣ୍ଟନ କରାଯାଏ । ସନ୍ଧ୍ୟାପୂର୍ବରୁ ଜାତୀୟ ପତାକା ଅବତରଣ କରାଯାଇଥାଏ । 

ଶେଷକଥା : ସ୍ବାଧୀନତା ଦେଶ ଓ ଜାତୀୟ ଅଧିକାର ସମ୍ପଦ । ଏହାକୁ ଅକ୍ଷୁଣ୍ଣ ରଖିବା ପ୍ରତି ଭାରତୀୟଙ୍କର ପରମ କତ୍ତର୍ବ୍ୟ । ତ୍ୟାଗ, ନିଷ୍ଠା, ଏକତା ବଳରେ ଏହାକୁ ଆମେ ରକ୍ଷା କରିବା । ଏହି ଦିବସ ପାଳନ କରିବା ଅବସରରେ ଆମେ ଆମ ଦେଶର କତ୍ତର୍ବ୍ୟବୋଧ ପ୍ରତି ସଚେତନଶୀଳ ହେବା ଆବଶ୍ୟକ ।

Comments

Popular posts from this blog

Kohinoor Odia Calendar 2025 | odia calendar 2025

  Find the latest Kohinoor Odia Calendar 2025 and complete guide about the Holidays which falls according to odia calendar 2025 with Tithis . ସମ୍ପୂର୍ଣ ବିବରଣୀ ପାଆନ୍ତୁ ଏଠାରେ odia calendar 2025 ର, ଏବଂ ପ୍ରତି ମାସରେ ପଡୁଥିବା ତିଥି ମଧ୍ୟ ଏଠାରେ ସଂଯୁକ୍ତ । 👉 Odia calendar 2025 pdf download 👈 Odia calendar January 2025 ପର୍ବଦିନ Odia calendar January 2025 ତା୧        ଇଂରାଜୀ ନୂତନ ବର୍ଷ ସନ ୨୦୨୫ ମସିହା ପ୍ରବେଶ ଆରମ୍ଭ , ଦ୍ଵିତୀୟାର ଚନ୍ଦ୍ର ଦର୍ଶନ , ଶରଣ ଆରମ୍ଭ ତା୫        ଶରଣ ଶେ ତା୯        ଶାମ୍ବଦଶମୀ ଓ ସୁଦଶା ବ୍ରତ ତା୧୦     ପୁତ୍ରଦା ଏକାଦଶୀ ଉପବାସ ଓ ହ.ନି. ତା୧୨     ସ୍ବାମୀ ବିବେକାନନ୍ଦ ଜୟନ୍ତୀ , ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ତା୧୩     ପୌଷ ପୂର୍ଣ୍ଣିମା , ଚନ୍ଦ୍ର ପୂଜା , ମହୋଦଧି ଆରତୀ , ନବାଙ୍କ ବେଢ଼ା , ମାସାନ୍ତ ତା୧୪     ଉତ୍ତରାୟଣ ମକର ସଂକ୍ରାନ୍ତି , ପୋଙ୍ଗଲ , ମାଘବ୍ରତାରମ୍ଭ ଓ ହ.ନି. , ତା୧୫     ପୁଷ୍ୟା ଭିଷେକ ଓ ରାଜା ଭିଷେକ ତା୨୩    ...

publishers in orissa

1. Grantha Mandir      Binode Behari, Cuttack-2    ph : 0671-2308234    E-mail : granthmandir@indiatimes.com / manojctc@hotmail.com    for pdf file of complete  catalogue click on Grantha Mandir 2. Orissa Book Store    Binode Behari, Cuttack-2    ph : 0671-2308873    for pdf file of complete  catalogue  click on  Orissa Book Store 3. Friends Publishers    Binode Behari, Cuttack-2    ph : 0671-2308873 4. Nalanda Publishers    Binode Behari, Cuttack-2    for pdf file of complete  catalogue  click on Nalanda Publishers 5. Prachi Sahitya Prakashan    Binode Behari, Cuttack-2 6. Books & Books    Binode Behari, Cuttack-2 7. Vidyapuri    Binode Behari, Cuttack-2 8. Satyanarayan Book Store    Binode Behari, Cuttack-2 9. Jagannath Rat...

artificial intelligence in odia

  ସେହି ସମସ୍ତ ସାଇ-ଫାଇ ଚଳଚ୍ଚିତ୍ର ଯାହାକୁ ଆମେ ପିଲାବେଳେ ଦେଖୁଥିଲୁ ପ୍ରାୟତ ଆମକୁ ଆଶ୍ଚର୍ଯ କରିଦିଏ ଏବଂ ଆମ ମଧ୍ୟରୁ ଅଧିକାଂଶ ଦିନେ ସେହି ମାନବ ପରି ରୋବଟ୍ ଗଠନ କରିବାକୁ ଇଚ୍ଛା କରନ୍ତି । ଆମେ ବୈଷୟିକ ପ୍ରଗତିର ଏକ ବିରାଟ ତରଙ୍ଗର ସାକ୍ଷୀ ରହିଛୁ ଯାହା ଆମ ଦୈନନ୍ଦିନ କାର୍ଯ୍ୟକଳାପକୁ ସରଳ କରିଥାଏ । ଏହି ବୈଷୟିକ ଉଦ୍ଭାବନଗୁଡ଼ିକ ମଧ୍ୟରେ କୃତ୍ରିମ ବୁଦ୍ଧି (AI) ହେଉଛି ଏକ ମୌଳିକ ଉପାଦାନ ଯାହା ଗଣନାକାରୀ ଉପକରଣ ଏବଂ ସିଷ୍ଟମରେ ମାନବ ବୁଦ୍ଧିର ଅନୁକରଣ ସହିତ ନିଜକୁ ଜଡିତ କରେ | ପ୍ରାୟ ସମସ୍ତ ଶିଳ୍ପ ଡିଜିଟାଲ୍ ବିପ୍ଳବକୁ କାର୍ଯ୍ୟକାରୀ କରିବା ପାଇଁ AI ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି ଯାହା ଏହାକୁ ସମସାମୟିକ କ୍ୟାରିୟରର ସବୁଠାରୁ ପ୍ରମୁଖ ଉପାଦାନ ଭାବରେ ଗଢିଛି ।   ଏହି ବ୍ଲଗ୍ ମାଧ୍ୟମରେ , ଆମେ ଆପଣଙ୍କୁ କୃତ୍ରିମ ଇଣ୍ଟେଲିଜେନ୍ସରେ କ୍ୟାରିଅର୍ କିପରି କରିବେ , ପାଠ୍ୟକ୍ରମଗୁଡିକ ଏବଂ ଏହାର ବ୍ୟାପକ ପରିସର ଉପରେ ଏକ ସମ୍ପୂର୍ଣ୍ଣ ଗାଇଡ୍ ପ୍ରଦାନ କରିବୁ । ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ କଣ ? What is AI (Artificial Intelligence) କୃତ୍ରିମ ବୁଦ୍ଧିମତା ଅର୍ଥ – କୃତ୍ରିମ ଉପାୟରେ ବିକଶିତ intellectual ଦକ୍ଷତା | କୃତ୍ରିମ ବୁଦ୍ଧିର ପିତା ଜନ୍ ମାକାରଥୀଙ୍କ   ଅନୁଯାୟୀ , ବୁଦ୍ଧିମାନ ମେସିନ୍ ତିଆରି କରିବାର ବିଜ୍ଞାନ ଏବଂ ଇଞ୍ଜିନିୟରିଂ , ବିଶେଷକରି ବୁଦ୍ଧିମାନ...