orissa

Tuesday, 13 August 2024

independence day speech in odia

 ସ୍ବାଧୀନତା ଦିବସ (independence day speech in odia)

(ଉପକ୍ରମ - ପରାଧୀନ ଭାରତ - ସ୍ବାଧୀନତା ସଂଗ୍ରାମର ମହତ୍ତ୍ଵ - ଉପସଂହାର)

ସେଦିନ ଥିଲା ୧୯୪୭ ମସିହା ଅଗଷ୍ଟ ଚଉଦ ତାରିଖ ଦିନ ୧୨ଟା ଏକ ମିନିଟ୍।  ଶୁଭ ଗୁରୁବା।  ସାରା ଭାରତର ସବୁ ଅଞ୍ଚଳରେ ଅପୂର୍ବ ଆନନ୍ଦର ଲହରି।  ଘରଗୁଡ଼ିକ ଲିପାପୋଛା ହୋଇଥାଏ।  ଘର ଆଗରେ କଦଳୀ ଗଛ।  ଶଗଡ଼ ରିକ୍ସା ଚାଳ, ଛାତ ଉପରେ ତ୍ରିରଙ୍ଗା।  ହିମାଳୟରୁ କୁମାରିକା, ଇରମ୍ରୁ ମାତିଲି ସବୁଆଡ଼ୁ ଶୁଭୁଥିଲା–ଭାରତ ମାତାକୀ ଜୟ।  ଭାରତରେ ସମସ୍ତ ସରକାରୀ ଅଫିସ୍, ମିଲିଟାରୀ କ୍ୟାଣ୍ଟନ୍ମେଣ୍ଟ, ସୈନ୍ୟ ବିଭାଗର ମୁଖ୍ୟ ଦପ୍ତର ଓ ସରକାରୀ ବାସଭବନ ଉପରୁ ଦେଢ଼ଶହ ବର୍ଷର ୟୁନିୟନ ଜ୍ୟାକ୍ଗୁଡ଼ିକ କାଢ଼ି ନିଆଗଲା ା ଗୋଟିଏ ନୀରିହ ଜାତି ଉପରେ ହାକିମାତ କରୁଥିବା ଗୋରା ସାହେବା ତୋବା ବନିଗଲେ ା ହିନ୍ଦୁସ୍ଥାନର ଦୁଇଶହ ନବେ ବର୍ଷର ଇଂରେଜ ଶାସନ ନାଟକୀୟା ଭଙ୍ଗୀରେ ତାସ୍ଘର ପରି ଭୁଷୁଡ଼ି ପଡ଼ିଲା ା ଅଚିନ୍ତନୀୟ ଶୁଭ ଦିନର ମହାଭାରତୀୟ, ସମ୍ବାଦପତ୍ରରେ ଯେଉଁ ରୋମାଞ୍ଚକର ସମ୍ବାଦଗୁଡ଼ିକ ପ୍ରକାଶିତ ହୋଇଥିଲା, ତାହାହେଲା– ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଲାଲ୍କିଲ୍ଲାରେ ତ୍ରିରଙ୍ଗା ଝଣ୍ଡା ଉଡ଼ାଇ ଦେଶ ଉଦ୍ଦେଶ୍ୟରେ ହୃଦୟସ୍ପର୍ଶୀ ଭାଷଣ ଦେଇ କହିଥିଲେ–""ବତ୍ତର୍ମାନ ସାରା ପୃଥିବୀ ଗଭୀର ନିଦ୍ରାରେ ଶୋଇଥିବାବେଳେ ଭାରତ ସ୍ବାଧୀନ ଓ ନୂତନ ଜୀବନ ଫେରିପାଇଛି ା'' ଦିଲ୍ଲୀ ନଗରୀରୁ ଆରମ୍ଭ କରି ପୁରପଲ୍ଲୀରେ ସଭିଙ୍କ ଘର ସାମ୍ନାରେ ଦୀପଗୁଡ଼ିଏ ଜଳି ସ୍ବାଧୀନ ସୂର୍ଯ୍ୟଙ୍କୁ ବନ୍ଦାପନା କରୁଥିଲା ା ସେଦିନ ଥିଲା ଭାରତର ସ୍ବାଧୀନତା ଦିବସ ା

ଯଦି ହିନ୍ଦୁସ୍ଥାନରେ ମସଲା ଓ ମସ୍ଲିନ୍ କିମ୍ବା ଓଡ଼ିଶାରେ ଲୁଗା ଆଉ ଲୁଣ ନମିଳୁଥାନ୍ତା, ତେବେ ଭାରତ କିମ୍ବା ଓଡ଼ିଶା ପରାଧୀନ ହୋଇ ନଥାନ୍ତା ା ହିନ୍ଦୁସ୍ଥାନରେ ଯେଉଁ ପ୍ରଥମ ଫିରିଙ୍ଗି ପାଦ ଥାପିଥିଲେ ତାଙ୍କ ନାଁ ଥିଲା ର୍ୟାଫଲ୍ପିଚ୍ ା "ଟାଇଗର' ନାମକ ଜାହାଜରେ ଚାରିଜଣ ବନ୍ଧୁଙ୍କୁ ଆଣି ର୍ୟାଫଲ୍ ଆସିଥିଲେ ଭାରତରୁ ମୁକ୍ତା କିଣିବା ଲାଗି ା ତା' ପରେ ପରେ ତିଆରି ହେଲା–ବିଶ୍ଵତ୍ରାସୀ ବିଶ୍ଵଗ୍ରାସୀ ଇଷ୍ଟ୍ଇଣ୍ଡିଆ କମ୍ପାନୀ ା ଯାହାର ଏକମାତ୍ର ଲକ୍ଷ୍ୟ ଥିଲା–ଟଙ୍କାରେ ଟଙ୍କାଏ ଲାଭ ା

ଇଷ୍ଟଇଣ୍ଡିଆ କମ୍ପାନୀ ଗଢ଼ା ହେବାର ଠିକ୍ ଶହେ ବର୍ଷ ପରେ ହିନ୍ଦୁସ୍ଥାନର ତିନୋଟି ମୂଲ୍ୟବାନ ଜମିଦାରୀ କଲିକତା, ସୁତାନଟି ଓ ଗୋବିନ୍ଦପୁର ସର୍ବଗ୍ରାସୀ ଇଂରେଜ ହାତକୁ ଚାଲିଗଲା ା ୧୭୫୭ରେ ବଙ୍ଗଳାର ଦୁର୍ଜୟ ଦେଶପ୍ରେମୀ ସିରାଜଉଦ୍ଦୌଲା ଇଂରେଜ ଦ୍ଵାରା ପରାସ୍ତ ହେବା ପରେ ଭାରତର ସ୍ବାଧୀନ ସୂର୍ଯ୍ୟ ଅସ୍ତ ହୋଇଗଲା ା ୧୭୬୫ରେ ବକ୍ସାର ଯୁଦ୍ଧରେ ବଙ୍ଗ ନବାବ, ଦିଲ୍ଲୀ ସମ୍ରାଟ୍, ଅଯୋଧ୍ୟାର ଶାସକ ହାରିଲାପରେ ଇଂରେଜମାନେ ଭାରତରେ ନିରଙ୍କୁଶ ଶାସନ ଆରମ୍ଭ କଲେ ା ୧୭୬୫ରେ ବଙ୍ଗ ବିହାର ଓଡ଼ିଶାରୁ ଇଂରେଜ ଶାସକ ଖଜଣା ଆଦାୟ କଲେ ା ଶାସନ ଆଳରେ ଶୋଷଣ ଚାଲିଲା ା ଭାରତୀୟ କୃଷକ ରକ୍ତ ଦେଇ ଫସଲ ଅମଳ କଲେ ମଧ୍ୟ ଫସଲତକ ଇଂରେଜ କୋଠିକୁ ଯାଉଥିଲା ା ଶୁଖିଲା ମୁହଁ ଭୋକିଲା ପେଟ ନେଇ ଭାରତୀୟ ମନ୍ଦିରକୁ ଯାଇ ଠାକୁରଙ୍କୁ ଗୁହାରି କରୁଥିଲା ା ପାଦଚଟା ବେପାରୀମାନଙ୍କର ଧୋକ୍କାବାଜ୍ ସମସ୍ତଙ୍କୁ ବାଧିଲା ା ଇଂରେଜ ଶିକ୍ଷା ପ୍ରଚଳନ, ଧର୍ମାନ୍ତକରଣ, କୃଷକ ଶ୍ରମିକ ମାରଣ ନୀତି ପ୍ରଚଳନ ଦ୍ଵାରା ସାରା ଦେଶ ହୁଲ୍ସ୍ତୁଲ୍ ହୋଇଗଲା ା

ଅନ୍ୟାୟ ଶାସନ ବିରୁଦ୍ଧରେ ଅନ୍ଧାକାନୁନ୍ ବିରୁଦ୍ଧରେ ଆରମ୍ଭ ହେଲା ଦେଶବ୍ୟାପି ଗଣ ଆନ୍ଦୋଳନ ା ସୌଭାଗ୍ୟବଶତଃ ଆମ ଓଡ଼ିଶା ମାଟିରୁ ହିଁ ପ୍ରଥମ ଗଣ ଆନ୍ଦୋଳନ ମୁଣ୍ଡ ଟେକିଥିଲା ା ରଣସିଂହା ବାଜିଥିଲା ା ଲୁହ ଲହୁର ଜୁଆର ଉଠିଥିଲା ା ପାରଳାଖେମୁଣ୍ଡି, ଘୁମୁସର ଓ ଖୋର୍ଦ୍ଧା, କନିକା, କୁଜଙ୍ଗର, ଦୁର୍ଦ୍ଧର୍ଷ ଦେଶପ୍ରେମୀ ଇଂରେଜ ବିଦ୍ରୋହ, ଆଦିବାସୀ ବିଦ୍ରୋହ, ୧୯୨୦ର ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ, ୧୯୩୮ର ଗଡ଼ଜାତ ଆନ୍ଦୋଳନ, ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଓ ୧୯୪୪ର ବିଶ୍ଵତ୍ରାସୀ ବିଶ୍ଵଗ୍ରାସୀ ସୁଭାଷ ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜ୍ର ଅତର୍କିତ ଯୁଦ୍ଧଂ ଦେହି ମନ୍ତ୍ର– ଦିଲ୍ଲୀ ଚଲୋ ା

ଶେଷ ପରିଣତି ୧୯୪୭ର ଭାରତ ସ୍ବାଧୀନତା ସେହି ସୁଦିନଟି ଥିଲା ୧୯୪୭ ଅଗଷ୍ଟ ପନ୍ଦର ା ଇଂରେଜ ବିରୁଦ୍ଧରେ ରକ୍ତାକ୍ତ ସଂଗ୍ରାମ କରି ଯେଉଁସବୁ ଦେଶପ୍ରେମୀ ସହିଦ୍ ହେଲେ, ସେମାନଙ୍କୁ ଆମେ ସ୍ବାଧୀନତା ଦିବସରେ ହିଁ ସ୍ମରଣ କରିଥାଉ ା ତାଙ୍କ ଅମ୍ଳାନ କୀତ୍ତର୍ିରାଜିର ସ୍ମୃତିଚାରଣ କରିଥାଉ ା ସେହି ସ୍ମୃତି ଚାରଣ ଓ ସ୍ବ କତ୍ତର୍ବ୍ୟ ସାଧନ ହିଁ ସ୍ବାଧୀନତା ଦିବସର ଅନୁଚିନ୍ତନ ା ସେହିସବୁ ଅମର ଶହୀଦ୍ ଚାହିଁଥିଲେ ରକ୍ତ ବଦଳରେ ମୁକ୍ତି ା ପରାଧୀନ ବଦଳରେ ସ୍ବାଧୀନ ା ସ୍ବାଧୀନ ସମସ୍ତଙ୍କ ପାଇଁ ସ୍ବାଗତଯୋଗ୍ୟ ା ପରାଧୀନ କଷ୍ଟଦାୟକ ା ଜନ୍ମଠାରୁ ମୃତୁ୍ୟ ସମସ୍ତେ ସ୍ବାଧୀନ ା ବଣ୍ୟ ପଶୁପକ୍ଷୀ ମଧ୍ୟ ପରାଧୀନତାକୁ ବରଦାସ୍ତ କରନ୍ତି ନାହିଁ ା ଯେଉଁଦିନ ସୁଭାଷଙ୍କ କଣ୍ଠରୁ ଶୁଭିଲା–ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି ା ସେଦିନ ନିଆଁଗିଳା ଚର୍ଚ୍ଚିଲ ହାତରୁ ଅଧାଜଳା ସିଗାର ଖସିପଡ଼ିଲା ା ସାରା ପୃଥିବୀରୁ କୁହାଟ ଶୁଭିଲା–

ଗାଅ ସ୍ବାଧୀନ ଭାରତ ସ୍ବାଧୀନ ଭାରତ

ସ୍ବାଧୀନ, ସ୍ବାଧୀନ, ସ୍ବାଧୀନରେ...

ଏହି ସଙ୍ଗୀତକୁ ଅଧିକ ଜୋର୍ଦାର କଲା ତିଲକଜୀଙ୍କ ଭାଷା–""ସ୍ବାଧୀନତା ମୋର ଜନ୍ମଗତ ଅଧିକାର।  ମୁଁ ଏହାକୁ ହାସଲ କରିବି।''

ଆମ ଦେଶ ଆଜି ସ୍ବାଧୀନ।  ଆମେ ସ୍ବାଧୀନ ଦେଶର ସ୍ବାଧୀନ ସନ୍ତାନ ା ଭାରତ ପ୍ରକୃତରେ ପରାଧୀନ ନାହିଁ, କିନ୍ତୁ ସାର୍ବତ୍ର ପରାଧିନତାର ପଦଚିହ୍ନ ସୁସ୍ପଷ୍ଟ।  ସମସ୍ତେ ଖାଇବାକୁ ପାଉ ନାହାନ୍ତି, ପିନ୍ଧିବାକୁ ପାଉ ନାହାନ୍ତି ା ମୌଳିକ ଅଧିକାରରୁ ବଞ୍ଚିତ।  ଅନ୍ୟାୟ ଅନୀତିର ଶିକାର ହେଉଛନ୍ତି।  ଗୁଣ୍ଡାରାଜ, ଦାଦାଗିରି ମାଫିଆ ଶାସନ ଚାଲିଛି ା ଆଇନ୍ ଆଖିରେ ସମସ୍ତେ ସମାନ ହୋଇ ନାହାନ୍ତି।  ଖାଦ୍ୟ ସମସ୍ୟା, ଶ୍ରମିକ ସମସ୍ୟା, ସନ୍ତ୍ରାସବାଦ, ନାରୀ ନିର୍ଯ୍ୟାତନା, ଯୌତୁକ ଯୁଇ, କାଶ୍ମିର ସମସ୍ୟାଗୁଡ଼ିକ ଚିନ୍ତା କଲେ, ଭାରତ ଯେ ପ୍ରକୃତରେ ସ୍ବାଧୀନ ହୋଇଛି କିଏ କହିବ ? ଦେଶ ଆଗରେ ଆଜି ଅନେକ ସମସ୍ୟା।  ଭାରତମାନଙ୍କ ଅନ୍ତର୍ଭେଦୀ କ୍ରନ୍ଦନ ସର୍ବତ୍ର ସ୍ମୃତିଗୋଚର।  ସେଥିପାଇଁ ଆଉ ଏକ ସ୍ବାଧୀନତା ସଂଗ୍ରାମର ଆବଶ୍ୟକତା ନିଶ୍ଚୟ ରହିଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଆମେ ମଧ୍ୟ ସେହି ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ କିଶୋର ସୈନ୍ୟ ସାଜିବା।  ଭାରତକୁ ବିଶ୍ଵଦରବାରରେ ପ୍ରତିଷ୍ଠିତ କରିବା।  ଆଜି ମଧ୍ୟ ଆମ କାନରେ ପୂର୍ବଜମାନଙ୍କର ସେହି ରକ୍ତ ତତା ମୁକ୍ତି ସଙ୍ଗୀତ ଶୁଣାଯାଉଛି–

ଉତ୍କଳ ମାତା ସନ୍ତାନ ଆମେ ରକ୍ତ ଚରଣେ ଯିବୁରେ ଚାଲି

ଯେତେ ଅନାଚାରୀ ଅତ୍ୟାଚାରୀର ଦୃପ୍ତ ବକ୍ଷେ ଆଘାତ କରି । '

ଏତିକି କହି ମୁଁ independence day speech in odia କୁ ସମାପ୍ତ କରୁଛି । 

No comments:

Post a Comment