orissa

Tuesday 13 August 2024

debate on independence day

ସ୍ବାଧୀନତା ଦିବସ (debate on independence day)

ଉପକ୍ରମ :  ସ୍ବାଧୀନତା ମାନବର ଜନ୍ମ ଅଧିକାର

             ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିହାର,

             ସ୍ବାଧୀନ ଜୀବନ ପୁଣି ସ୍ବାଧୀନ ସମିତି,

             ଚାରିସ୍ତମ୍ଭେ ମାନବର ସମାଜ ସଂସ୍ଥିତି ।

                           -ଗୋପବନ୍ଧୁ ଦାସ

ସ୍ବାଧୀନତା ଦିବସ ଏକ ଜାତୀୟ ଦିବସ । ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ନିଜର ମୁକ୍ତି ଦିବସକୁ ସ୍ବାଧୀନତା ଦିବସ ରୂପେ ପାଳନ କରିଥାନ୍ତି । ଏହିଦିନ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ । ଅଗଷ୍ଟ ୧୫ ତାରିଖ ଆମର ସ୍ବାଧୀନତା ଦିବସ । ଏହିଦିନ ଆମେ ଅତି ଆନନ୍ଦର ସହ ସଭିଏଁ ଭାଇଭଉଣୀ ଏକାଠି ହୋଇ ସ୍ବାଧୀନତା ଦିବସ ପାଳନ କରିଥାଉ ।

କାହିଁକି ପାଳନ କରାଯାଏ : ସ୍ବାଧୀନତା ଦିବସ ପାଳନ ଦ୍ଵାରା ଜାତୀୟ ଏକତା ଦୃଢ଼ ହୁଏ । ଭାରତ ଏକ ପ୍ରାଚୀନ, ବହୁ ଧର୍ମ, ଗୋଷ୍ଠୀ, ଭାଷାଭାଷୀ ଲୋକଙ୍କୁ ନେଇ ଗଠିତ । ଏହି ଦିବସ ପାଳନ ଦ୍ଵାରା ଆମମାନଙ୍କ ମନରେ ଐକ୍ୟଭାବ ପ୍ରତିଷ୍ଠା ହୁଏ । ଅଖଣ୍ଡ ଭାରତର ସ୍ବାଧୀନତା ବଜାୟ ରଖିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ହେଉ । ବାଳକବାଳିକାମାନଙ୍କ ମଧ୍ୟରେ ଏକତା ଭାବ ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ସେମାନଙ୍କ ମନରେ ଦେଶ ପାଇଁ ତ୍ୟାଗ କରିବାର ଭାବନା ଉଦ୍ରେକ ହୁଏ । ଏହାଛଡ଼ା ଆମ ଦେଶ ସ୍ବାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଅମର ସହିଦମାନଙ୍କୁ ଓ ସ୍ବାଧୀନତାସଂଗ୍ରାମୀମାନଙ୍କୁ ମନେ ପକାଇ ଓ ଯଥୋଚିତ ସମ୍ମାନ ପ୍ରଦାନ କରିଥାଉ । ସେମାନଙ୍କର ବୀରତ୍ଵ ଓ ବଳିଦାନର କାହାଣୀ ଛାତ୍ରଛାତ୍ରୀମାନଙ୍କ ମନରେ ଦେଶପ୍ରେମର ବୀଜ ଅଙ୍କୁରିତ କରାଏ ।

କିପରି ପାଳନ କରାଯାଏ : ସ୍ବାଧୀନତା ଦିବସ ସବୁ ଶିକ୍ଷାନୁଷ୍ଠାନମାନଙ୍କରେ ଓ ସରକାରୀ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ଭାବେ ପାଳନ କରାଯାଇଥାଏ । ଏହାଛଡ଼ା ଏହା ବ୍ୟବସାୟ ପ୍ରତିଷ୍ଠାନ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ମଧ୍ୟ ପାଳନ କରାଯାଇଥାଏ । ଏହାର ମୁଖ୍ୟ କାର୍ଯ୍ୟକ୍ରମ ଦିଲ୍ଲୀର ଲାଲକିଲ୍ଲାଠାରେ ମହାସମାରୋହରେ ପାଳନ କରାଯାଇଥାଏ । ଏଠାରେ ରାଷ୍ଟ୍ରମୁଖ୍ୟ ପତାକା ଉତ୍ତୋଳନ କରୁଥିବା ବେଳେ ସ୍କୁଲ, କଲେଜମାନଙ୍କରେ ଅନୁଷ୍ଠାନର ମୁଖ୍ୟମାନେ ପତାକା ଉତ୍ତୋଳନ କରନ୍ତି । ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ବୋଲାଯାଏ । ତାପରେ ରାମଧୂନ୍ ସୁରଭିତ କଣ୍ଠରେ ପିଲାମାନେ ଗାନ କରନ୍ତି । ଭାରତ ମାତାକୀ ଜୟ, ସ୍ବାଧୀନତା ଦିବସକୀ ଜୟ ଇତ୍ୟାଦି ଧ୍ଵନିରେ ଗଗନ ପବନ ଉଛୁଳି ପଡେ଼ । ଜାତୀୟ ପତାକା ଧରି, ରାମଧୂନ୍ ଗାଇ ଗାଇ ପ୍ରଭାତ ଫେରିରେ ଯା'ନ୍ତି । ପ୍ରଭାତ ଫେରିରୁ ଆସିବା ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ସଭାର ଆୟୋଜନ କରାଯାଇଥାଏ । ଏ ଦିବସର ତାପିର୍ଯ୍ୟ ବିଷୟରେ ଶିକ୍ଷକ ତଥା ଅତିଥିମାନେ ଭାଷଣ ଦିଅନ୍ତି । ପିଲାମାନେ ମଧ୍ୟ ସ୍ବ ସ୍ବ ବକ୍ତବ୍ୟ ପ୍ରଦାନ କରନ୍ତି । ଦେଶାତ୍ମବୋଧକ ଗୀତମାନ ପିଲାମାନଙ୍କ ଦ୍ଵାରା ପରିବେଷଣ କରାଯାଇଥାଏ । ଗାନ୍ଧୀ, ଗୋପବନ୍ଧୁ, ସୁଭାଷ, ପଟେଲ୍ ଇତ୍ୟାଦି ଦେଶପ୍ରେମୀମାନଙ୍କ ବିଷୟରେ ପିଲାମାନେ ନାଟକ, ଏକାଙ୍କିକା ପ୍ରଦର୍ଶନ କରିଥାନ୍ତି । ଶେଷରେ ପିଲାମାନଙ୍କ ମଧ୍ୟରେ  ମିଷ୍ଠାନ୍ନ ବଣ୍ଟନ କରାଯାଏ । ସନ୍ଧ୍ୟାପୂର୍ବରୁ ଜାତୀୟ ପତାକା ଅବତରଣ କରାଯାଇଥାଏ । 

ଉପସଂହାର : ସ୍ବାଧୀନତା ଦେଶ ଓ ଜାତୀୟ ଅଧିକାର ସମ୍ପଦ । ଏହାକୁ ଅକ୍ଷୁଣ୍ଣ ରଖିବା ପ୍ରତି ଭାରତୀୟଙ୍କର ପରମ କର୍ତ୍ତବ୍ୟ । ତ୍ୟାଗ, ନିଷ୍ଠା, ଏକତା ବଳରେ ଏହାକୁ ଆମେ ରକ୍ଷା କରିବା । ଏହି ଦିବସ ପାଳନ କରିବା ଅବସରରେ ଆମେ ଆମ ଦେଶର କର୍ତ୍ତବ୍ୟବୋଧ ପ୍ରତି ସଚେତନଶୀଳ ହେବା ଆବଶ୍ୟକ ।

ବିଲ୍ ଗେଟ୍ସଙ୍କ ମତରେ-""କିଛି ହାସଲ କରିବାକୁ ହେଲେ, ବେଳେବେଳେ ବଡ଼ ପଦକ୍ଷେପ ନେବାକୁ ପଡ଼ିଥାଏ ।''

No comments:

Post a Comment