Skip to main content

debate on independence day

ସ୍ବାଧୀନତା ଦିବସ (debate on independence day)

ଉପକ୍ରମ :  ସ୍ବାଧୀନତା ମାନବର ଜନ୍ମ ଅଧିକାର

             ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିହାର,

             ସ୍ବାଧୀନ ଜୀବନ ପୁଣି ସ୍ବାଧୀନ ସମିତି,

             ଚାରିସ୍ତମ୍ଭେ ମାନବର ସମାଜ ସଂସ୍ଥିତି ।

                           -ଗୋପବନ୍ଧୁ ଦାସ

ସ୍ବାଧୀନତା ଦିବସ ଏକ ଜାତୀୟ ଦିବସ । ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ନିଜର ମୁକ୍ତି ଦିବସକୁ ସ୍ବାଧୀନତା ଦିବସ ରୂପେ ପାଳନ କରିଥାନ୍ତି । ଏହିଦିନ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ । ଅଗଷ୍ଟ ୧୫ ତାରିଖ ଆମର ସ୍ବାଧୀନତା ଦିବସ । ଏହିଦିନ ଆମେ ଅତି ଆନନ୍ଦର ସହ ସଭିଏଁ ଭାଇଭଉଣୀ ଏକାଠି ହୋଇ ସ୍ବାଧୀନତା ଦିବସ ପାଳନ କରିଥାଉ ।

କାହିଁକି ପାଳନ କରାଯାଏ : ସ୍ବାଧୀନତା ଦିବସ ପାଳନ ଦ୍ଵାରା ଜାତୀୟ ଏକତା ଦୃଢ଼ ହୁଏ । ଭାରତ ଏକ ପ୍ରାଚୀନ, ବହୁ ଧର୍ମ, ଗୋଷ୍ଠୀ, ଭାଷାଭାଷୀ ଲୋକଙ୍କୁ ନେଇ ଗଠିତ । ଏହି ଦିବସ ପାଳନ ଦ୍ଵାରା ଆମମାନଙ୍କ ମନରେ ଐକ୍ୟଭାବ ପ୍ରତିଷ୍ଠା ହୁଏ । ଅଖଣ୍ଡ ଭାରତର ସ୍ବାଧୀନତା ବଜାୟ ରଖିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ହେଉ । ବାଳକବାଳିକାମାନଙ୍କ ମଧ୍ୟରେ ଏକତା ଭାବ ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ସେମାନଙ୍କ ମନରେ ଦେଶ ପାଇଁ ତ୍ୟାଗ କରିବାର ଭାବନା ଉଦ୍ରେକ ହୁଏ । ଏହାଛଡ଼ା ଆମ ଦେଶ ସ୍ବାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଅମର ସହିଦମାନଙ୍କୁ ଓ ସ୍ବାଧୀନତାସଂଗ୍ରାମୀମାନଙ୍କୁ ମନେ ପକାଇ ଓ ଯଥୋଚିତ ସମ୍ମାନ ପ୍ରଦାନ କରିଥାଉ । ସେମାନଙ୍କର ବୀରତ୍ଵ ଓ ବଳିଦାନର କାହାଣୀ ଛାତ୍ରଛାତ୍ରୀମାନଙ୍କ ମନରେ ଦେଶପ୍ରେମର ବୀଜ ଅଙ୍କୁରିତ କରାଏ ।

କିପରି ପାଳନ କରାଯାଏ : ସ୍ବାଧୀନତା ଦିବସ ସବୁ ଶିକ୍ଷାନୁଷ୍ଠାନମାନଙ୍କରେ ଓ ସରକାରୀ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ଭାବେ ପାଳନ କରାଯାଇଥାଏ । ଏହାଛଡ଼ା ଏହା ବ୍ୟବସାୟ ପ୍ରତିଷ୍ଠାନ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ମଧ୍ୟ ପାଳନ କରାଯାଇଥାଏ । ଏହାର ମୁଖ୍ୟ କାର୍ଯ୍ୟକ୍ରମ ଦିଲ୍ଲୀର ଲାଲକିଲ୍ଲାଠାରେ ମହାସମାରୋହରେ ପାଳନ କରାଯାଇଥାଏ । ଏଠାରେ ରାଷ୍ଟ୍ରମୁଖ୍ୟ ପତାକା ଉତ୍ତୋଳନ କରୁଥିବା ବେଳେ ସ୍କୁଲ, କଲେଜମାନଙ୍କରେ ଅନୁଷ୍ଠାନର ମୁଖ୍ୟମାନେ ପତାକା ଉତ୍ତୋଳନ କରନ୍ତି । ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ବୋଲାଯାଏ । ତାପରେ ରାମଧୂନ୍ ସୁରଭିତ କଣ୍ଠରେ ପିଲାମାନେ ଗାନ କରନ୍ତି । ଭାରତ ମାତାକୀ ଜୟ, ସ୍ବାଧୀନତା ଦିବସକୀ ଜୟ ଇତ୍ୟାଦି ଧ୍ଵନିରେ ଗଗନ ପବନ ଉଛୁଳି ପଡେ଼ । ଜାତୀୟ ପତାକା ଧରି, ରାମଧୂନ୍ ଗାଇ ଗାଇ ପ୍ରଭାତ ଫେରିରେ ଯା'ନ୍ତି । ପ୍ରଭାତ ଫେରିରୁ ଆସିବା ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ସଭାର ଆୟୋଜନ କରାଯାଇଥାଏ । ଏ ଦିବସର ତାପିର୍ଯ୍ୟ ବିଷୟରେ ଶିକ୍ଷକ ତଥା ଅତିଥିମାନେ ଭାଷଣ ଦିଅନ୍ତି । ପିଲାମାନେ ମଧ୍ୟ ସ୍ବ ସ୍ବ ବକ୍ତବ୍ୟ ପ୍ରଦାନ କରନ୍ତି । ଦେଶାତ୍ମବୋଧକ ଗୀତମାନ ପିଲାମାନଙ୍କ ଦ୍ଵାରା ପରିବେଷଣ କରାଯାଇଥାଏ । ଗାନ୍ଧୀ, ଗୋପବନ୍ଧୁ, ସୁଭାଷ, ପଟେଲ୍ ଇତ୍ୟାଦି ଦେଶପ୍ରେମୀମାନଙ୍କ ବିଷୟରେ ପିଲାମାନେ ନାଟକ, ଏକାଙ୍କିକା ପ୍ରଦର୍ଶନ କରିଥାନ୍ତି । ଶେଷରେ ପିଲାମାନଙ୍କ ମଧ୍ୟରେ  ମିଷ୍ଠାନ୍ନ ବଣ୍ଟନ କରାଯାଏ । ସନ୍ଧ୍ୟାପୂର୍ବରୁ ଜାତୀୟ ପତାକା ଅବତରଣ କରାଯାଇଥାଏ । 

ଉପସଂହାର : ସ୍ବାଧୀନତା ଦେଶ ଓ ଜାତୀୟ ଅଧିକାର ସମ୍ପଦ । ଏହାକୁ ଅକ୍ଷୁଣ୍ଣ ରଖିବା ପ୍ରତି ଭାରତୀୟଙ୍କର ପରମ କର୍ତ୍ତବ୍ୟ । ତ୍ୟାଗ, ନିଷ୍ଠା, ଏକତା ବଳରେ ଏହାକୁ ଆମେ ରକ୍ଷା କରିବା । ଏହି ଦିବସ ପାଳନ କରିବା ଅବସରରେ ଆମେ ଆମ ଦେଶର କର୍ତ୍ତବ୍ୟବୋଧ ପ୍ରତି ସଚେତନଶୀଳ ହେବା ଆବଶ୍ୟକ ।

ବିଲ୍ ଗେଟ୍ସଙ୍କ ମତରେ-""କିଛି ହାସଲ କରିବାକୁ ହେଲେ, ବେଳେବେଳେ ବଡ଼ ପଦକ୍ଷେପ ନେବାକୁ ପଡ଼ିଥାଏ ।''

Comments

Popular posts from this blog

artificial intelligence in odia

  ସେହି ସମସ୍ତ ସାଇ-ଫାଇ ଚଳଚ୍ଚିତ୍ର ଯାହାକୁ ଆମେ ପିଲାବେଳେ ଦେଖୁଥିଲୁ ପ୍ରାୟତ ଆମକୁ ଆଶ୍ଚର୍ଯ କରିଦିଏ ଏବଂ ଆମ ମଧ୍ୟରୁ ଅଧିକାଂଶ ଦିନେ ସେହି ମାନବ ପରି ରୋବଟ୍ ଗଠନ କରିବାକୁ ଇଚ୍ଛା କରନ୍ତି । ଆମେ ବୈଷୟିକ ପ୍ରଗତିର ଏକ ବିରାଟ ତରଙ୍ଗର ସାକ୍ଷୀ ରହିଛୁ ଯାହା ଆମ ଦୈନନ୍ଦିନ କାର୍ଯ୍ୟକଳାପକୁ ସରଳ କରିଥାଏ । ଏହି ବୈଷୟିକ ଉଦ୍ଭାବନଗୁଡ଼ିକ ମଧ୍ୟରେ କୃତ୍ରିମ ବୁଦ୍ଧି (AI) ହେଉଛି ଏକ ମୌଳିକ ଉପାଦାନ ଯାହା ଗଣନାକାରୀ ଉପକରଣ ଏବଂ ସିଷ୍ଟମରେ ମାନବ ବୁଦ୍ଧିର ଅନୁକରଣ ସହିତ ନିଜକୁ ଜଡିତ କରେ | ପ୍ରାୟ ସମସ୍ତ ଶିଳ୍ପ ଡିଜିଟାଲ୍ ବିପ୍ଳବକୁ କାର୍ଯ୍ୟକାରୀ କରିବା ପାଇଁ AI ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି ଯାହା ଏହାକୁ ସମସାମୟିକ କ୍ୟାରିୟରର ସବୁଠାରୁ ପ୍ରମୁଖ ଉପାଦାନ ଭାବରେ ଗଢିଛି ।   ଏହି ବ୍ଲଗ୍ ମାଧ୍ୟମରେ , ଆମେ ଆପଣଙ୍କୁ କୃତ୍ରିମ ଇଣ୍ଟେଲିଜେନ୍ସରେ କ୍ୟାରିଅର୍ କିପରି କରିବେ , ପାଠ୍ୟକ୍ରମଗୁଡିକ ଏବଂ ଏହାର ବ୍ୟାପକ ପରିସର ଉପରେ ଏକ ସମ୍ପୂର୍ଣ୍ଣ ଗାଇଡ୍ ପ୍ରଦାନ କରିବୁ । ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ କଣ ? What is AI (Artificial Intelligence) କୃତ୍ରିମ ବୁଦ୍ଧିମତା ଅର୍ଥ – କୃତ୍ରିମ ଉପାୟରେ ବିକଶିତ intellectual ଦକ୍ଷତା | କୃତ୍ରିମ ବୁଦ୍ଧିର ପିତା ଜନ୍ ମାକାରଥୀଙ୍କ   ଅନୁଯାୟୀ , ବୁଦ୍ଧିମାନ ମେସିନ୍ ତିଆରି କରିବାର ବିଜ୍ଞାନ ଏବଂ ଇଞ୍ଜିନିୟରିଂ , ବିଶେଷକରି ବୁଦ୍ଧିମାନ...

Kohinoor Odia Calendar 2025 | odia calendar 2025

  Find the latest Kohinoor Odia Calendar 2025 and complete guide about the Holidays which falls according to odia calendar 2025 with Tithis . ସମ୍ପୂର୍ଣ ବିବରଣୀ ପାଆନ୍ତୁ ଏଠାରେ odia calendar 2025 ର, ଏବଂ ପ୍ରତି ମାସରେ ପଡୁଥିବା ତିଥି ମଧ୍ୟ ଏଠାରେ ସଂଯୁକ୍ତ । 👉 Odia calendar 2025 pdf download 👈 Odia calendar January 2025 ପର୍ବଦିନ Odia calendar January 2025 ତା୧        ଇଂରାଜୀ ନୂତନ ବର୍ଷ ସନ ୨୦୨୫ ମସିହା ପ୍ରବେଶ ଆରମ୍ଭ , ଦ୍ଵିତୀୟାର ଚନ୍ଦ୍ର ଦର୍ଶନ , ଶରଣ ଆରମ୍ଭ ତା୫        ଶରଣ ଶେ ତା୯        ଶାମ୍ବଦଶମୀ ଓ ସୁଦଶା ବ୍ରତ ତା୧୦     ପୁତ୍ରଦା ଏକାଦଶୀ ଉପବାସ ଓ ହ.ନି. ତା୧୨     ସ୍ବାମୀ ବିବେକାନନ୍ଦ ଜୟନ୍ତୀ , ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ତା୧୩     ପୌଷ ପୂର୍ଣ୍ଣିମା , ଚନ୍ଦ୍ର ପୂଜା , ମହୋଦଧି ଆରତୀ , ନବାଙ୍କ ବେଢ଼ା , ମାସାନ୍ତ ତା୧୪     ଉତ୍ତରାୟଣ ମକର ସଂକ୍ରାନ୍ତି , ପୋଙ୍ଗଲ , ମାଘବ୍ରତାରମ୍ଭ ଓ ହ.ନି. , ତା୧୫     ପୁଷ୍ୟା ଭିଷେକ ଓ ରାଜା ଭିଷେକ ତା୨୩    ...

independence day speech in odia

  ସ୍ବାଧୀନତା ଦିବସ (independence day speech in odia) (ଉପକ୍ରମ - ପରାଧୀନ ଭାରତ - ସ୍ବାଧୀନତା ସଂଗ୍ରାମର ମହତ୍ତ୍ଵ - ଉପସଂହାର) ସେଦିନ ଥିଲା ୧୯୪୭ ମସିହା ଅଗଷ୍ଟ ଚଉଦ ତାରିଖ ଦିନ ୧୨ଟା ଏକ ମିନିଟ୍ ।  ଶୁଭ ଗୁରୁବା।  ସାରା ଭାରତର ସବୁ ଅଞ୍ଚଳରେ ଅପୂର୍ବ ଆନନ୍ଦର ଲହରି।  ଘରଗୁଡ଼ିକ ଲିପାପୋଛା ହୋଇଥାଏ।  ଘର ଆଗରେ କଦଳୀ ଗଛ।  ଶଗଡ଼ ରିକ୍ସା ଚାଳ, ଛାତ ଉପରେ ତ୍ରିରଙ୍ଗା।  ହିମାଳୟରୁ କୁମାରିକା, ଇରମ୍ରୁ ମାତିଲି ସବୁଆଡ଼ୁ ଶୁଭୁଥିଲା–ଭାରତ ମାତାକୀ ଜୟ।  ଭାରତରେ ସମସ୍ତ ସରକାରୀ ଅଫିସ୍, ମିଲିଟାରୀ କ୍ୟାଣ୍ଟନ୍ମେଣ୍ଟ, ସୈନ୍ୟ ବିଭାଗର ମୁଖ୍ୟ ଦପ୍ତର ଓ ସରକାରୀ ବାସଭବନ ଉପରୁ ଦେଢ଼ଶହ ବର୍ଷର ୟୁନିୟନ ଜ୍ୟାକ୍ଗୁଡ଼ିକ କାଢ଼ି ନିଆଗଲା ା ଗୋଟିଏ ନୀରିହ ଜାତି ଉପରେ ହାକିମାତ କରୁଥିବା ଗୋରା ସାହେବା ତୋବା ବନିଗଲେ ା ହିନ୍ଦୁସ୍ଥାନର ଦୁଇଶହ ନବେ ବର୍ଷର ଇଂରେଜ ଶାସନ ନାଟକୀୟା ଭଙ୍ଗୀରେ ତାସ୍ଘର ପରି ଭୁଷୁଡ଼ି ପଡ଼ିଲା ା ଅଚିନ୍ତନୀୟ ଶୁଭ ଦିନର ମହାଭାରତୀୟ, ସମ୍ବାଦପତ୍ରରେ ଯେଉଁ ରୋମାଞ୍ଚକର ସମ୍ବାଦଗୁଡ଼ିକ ପ୍ରକାଶିତ ହୋଇଥିଲା, ତାହାହେଲା– ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଲାଲ୍କିଲ୍ଲାରେ ତ୍ରିରଙ୍ଗା ଝଣ୍ଡା ଉଡ଼ାଇ ଦେଶ ଉଦ୍ଦେଶ୍ୟରେ ହୃଦୟସ୍ପର୍ଶୀ ଭାଷଣ ଦେଇ କହିଥିଲେ–""ବତ୍ତର୍ମାନ ସାରା ପୃଥିବୀ ଗଭୀର ନିଦ୍ରାରେ ଶୋଇଥିବାବେଳେ ଭାରତ ସ୍ବା...