orissa

Tuesday 13 August 2024

august 15 speech in odia

 ସ୍ବାଧୀନତା ଦିବସ (august 15 speech in odia) The only website where you can find the authentic august 15 speech in odia language.

ବରେଣ୍ୟ ସଭାପତି ମହୋଦୟ, ବିଜ୍ଞ ବିଚାରକମଣ୍ଡଳୀ, ଉପସ୍ଥିତ ଶ୍ରୋତାମଣ୍ଡଳୀ, ମୋର ପ୍ରତିଯୋଗୀ ବନ୍ଧୁଗଣ ଏବଂ ସାନବଡ଼ ଭାଇ ଓ ଭଉଣୀମାନେ।

ଆଜିର ଏହି ପବିତ୍ର ଦିବସରେ ଭାରତର ସ୍ବାଧୀନତା ବିଷୟରେ ମୁଁ ଏକ ସଂକ୍ଷିପ୍ତ ବକ୍ତବ୍ୟ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି।

“ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ।”

ଏ ଭାରତ ଭୂମି ପବିତ୍ର, ସମୃଦ୍ଧ, ରନିଗର୍ଭା, ଉଚ୍ଚ ସଂସ୍କୃତି ସମ୍ପନ୍ନା। ଏହାକୁ ସୁନାର ଭାରତ ବୋଲି କୁହାଯାଏ। ବୈଦେଶିକ ଶାସକମାନେ ସଦା ସର୍ବଦା ଏହା ଉପରେ ଲୋଲୁପ ଦୃଷ୍ଟି ପକାଇ ଆସିଛନ୍ତି। ଅତୀତରେ ବହୁବାର ଏ ମାତୃଭୂମି ସେମାନଙ୍କ ଅଧିକୃତ ହୋଇଛି। ମୋଗଲମାନେ ଏ ଦେଶକୁ ୧୫୨୬ ଖ୍ରୀଷ୍ଟାବ୍ଦରୁ ଦଖଲ କରି ଦୀର୍ଘଦିନ ଶାସନ କରିଛନ୍ତି ଓ ଦମନଲୀଳା ଚଳାଇଛନ୍ତି। ସୁନା, ରୂପା, ହୀରା, ନୀଳା, ମୋତି ମାଣିକ୍ୟ ଇତ୍ୟାଦି ଅମୂଲ୍ୟ ଧାତୁ ସବୁ ନିଜ ଦେଶକୁ ବୋହି ନେଇଛନ୍ତି। ତାପରେ ଇଂରେଜ ଜାତି ବାଣିଜ୍ୟ କରିବା ନଁାରେ ଆସି ଆମ ଦେଶକୁ ଶାସନ କରିଛନ୍ତି। ଦେଶର ସମ୍ପଦ, ବାଣିଜ୍ୟ ଦ୍ରବ୍ୟ ହରିଲୁଟ୍ କରିଛନ୍ତି। ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି। ପ୍ରତିବାଦ କଲେ, ଲାଠି ପ୍ରହାର, ଗୁଳିମାଡ଼, ଜେଲଦଣ୍ଡ ଫାଶି ଖୁଣ୍ଟରେ ଝୁଲିବାକୁ ପଡ଼ିଛି।

ତା’ ସେତ୍ତ୍ଵ ଆମ ଦେଶର ସାହସୀ ଦେଶପ୍ରେମୀମାନେ ମାତୃଭୂମିକୁ ଇଂରେଜ ଶାସନରୁ ମୁକ୍ତ କରାଇବା ପାଇଁ ବ୍ରିଟିଶ ଫଉଜ ଆଗରେ ଠିଆ ହୋଇଛନ୍ତି।

ପ୍ରକୃତ ସ୍ବାଧୀନତା ଆନ୍ଦୋଳନ ୧୮୫୭ର ସିପାହୀ ବିଦ୍ରୋହରୁ ଶୁଭାରମ୍ଭ ହେଲା। ମଙ୍ଗଳ ପାଣ୍ଡେ ନାମକ ଜଣେ ସାହସୀ ଭାରତୀୟ ସିପାହୀ ଏହାର ଶୁଭାରମ୍ଭ କରିଥିଲେ କହିଲେ ଅତୁ୍ୟକ୍ତି ହେବ ନାହିଁ। ସମଗ୍ର ଭାରତରେ ଏହାର ପ୍ରଭାବ ପଡ଼ିଲା। ବ୍ରିଟିଶ ଫଉଜ ଆଧୁନିକ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଏମାନଙ୍କୁ ଦମନ କଲେ। ତା’ପରେ ତାଙ୍କର ଅମାନବିକ ଏକଛତ୍ରବାଦ ଶାସନ ଚାଲିଲା ଭାରତୀୟଙ୍କ ଉପରେ। ପ୍ରତିବାଦ କଲେ ରକ୍ଷା ନାହିଁ। ତଥାପି ଧୀରେଧୀରେ ସାରା ଭାରତରେ ସ୍ବାଧୀନତା ସଂଗ୍ରାମର ବିଦ୍ରୋହ ଦେଖାଦେଲା। ବହୁ ଦେଶପ୍ରେମୀ ଏଥିରେ ଝାସ ଦେଇ କାରବାରଣ କଲେ। ଭଗତ୍ ସିଂହ, ଚନ୍ଦ୍ରଶେଖର ଆଜାଦ୍, ଲକ୍ଷ୍ମଣ ନାୟକ, ଜୟୀ ରାଜଗୁରୁ ଇତ୍ୟାଦି ଫାଶି ଖୁଣ୍ଟରେ ଝୁଲି ସହିଦ୍ ହେଲେ।

ଶେଷରେ କଂଗ୍ରେସର ନେତୃତ୍ଵ ନେଲେ ମହାତ୍ମା ଗାନ୍ଧି। ତାଙ୍କ ନେତୃତ୍ଵରେ ଚାଲିଲା ଅସହଯୋଗ ଆନ୍ଦୋଳନ। ତାଙ୍କର ଡାକରା ଥିଲା ‘କର ବା ମର’। ଅହିଂସା ନୀତିରେ ଆଗେଇ ଚାଲ। ସୁଭାଷବୋଷ କିନ୍ତୁ ମହାତ୍ମାଗାନ୍ଧିଙ୍କ ନୀତିର ବିରୋଧୀ ଥିଲେ। ସେ କହୁଥିଲେ “ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି।” ଶେଷରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ଵରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସ୍ବାଧୀନ ହେଲା। ସେବେଠାରୁ ଆମେ ସ୍ବାଧୀନତା ଦିବସକୁ ପାଳନ କରିଆସୁଛୁ।

ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।

ଜୟହିନ୍ଦ୍!

No comments:

Post a Comment