Skip to main content

august 15 speech in odia

 ସ୍ବାଧୀନତା ଦିବସ (august 15 speech in odia) The only website where you can find the authentic august 15 speech in odia language.

ବରେଣ୍ୟ ସଭାପତି ମହୋଦୟ, ବିଜ୍ଞ ବିଚାରକମଣ୍ଡଳୀ, ଉପସ୍ଥିତ ଶ୍ରୋତାମଣ୍ଡଳୀ, ମୋର ପ୍ରତିଯୋଗୀ ବନ୍ଧୁଗଣ ଏବଂ ସାନବଡ଼ ଭାଇ ଓ ଭଉଣୀମାନେ।

ଆଜିର ଏହି ପବିତ୍ର ଦିବସରେ ଭାରତର ସ୍ବାଧୀନତା ବିଷୟରେ ମୁଁ ଏକ ସଂକ୍ଷିପ୍ତ ବକ୍ତବ୍ୟ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି।

“ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ।”

ଏ ଭାରତ ଭୂମି ପବିତ୍ର, ସମୃଦ୍ଧ, ରନିଗର୍ଭା, ଉଚ୍ଚ ସଂସ୍କୃତି ସମ୍ପନ୍ନା। ଏହାକୁ ସୁନାର ଭାରତ ବୋଲି କୁହାଯାଏ। ବୈଦେଶିକ ଶାସକମାନେ ସଦା ସର୍ବଦା ଏହା ଉପରେ ଲୋଲୁପ ଦୃଷ୍ଟି ପକାଇ ଆସିଛନ୍ତି। ଅତୀତରେ ବହୁବାର ଏ ମାତୃଭୂମି ସେମାନଙ୍କ ଅଧିକୃତ ହୋଇଛି। ମୋଗଲମାନେ ଏ ଦେଶକୁ ୧୫୨୬ ଖ୍ରୀଷ୍ଟାବ୍ଦରୁ ଦଖଲ କରି ଦୀର୍ଘଦିନ ଶାସନ କରିଛନ୍ତି ଓ ଦମନଲୀଳା ଚଳାଇଛନ୍ତି। ସୁନା, ରୂପା, ହୀରା, ନୀଳା, ମୋତି ମାଣିକ୍ୟ ଇତ୍ୟାଦି ଅମୂଲ୍ୟ ଧାତୁ ସବୁ ନିଜ ଦେଶକୁ ବୋହି ନେଇଛନ୍ତି। ତାପରେ ଇଂରେଜ ଜାତି ବାଣିଜ୍ୟ କରିବା ନଁାରେ ଆସି ଆମ ଦେଶକୁ ଶାସନ କରିଛନ୍ତି। ଦେଶର ସମ୍ପଦ, ବାଣିଜ୍ୟ ଦ୍ରବ୍ୟ ହରିଲୁଟ୍ କରିଛନ୍ତି। ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି। ପ୍ରତିବାଦ କଲେ, ଲାଠି ପ୍ରହାର, ଗୁଳିମାଡ଼, ଜେଲଦଣ୍ଡ ଫାଶି ଖୁଣ୍ଟରେ ଝୁଲିବାକୁ ପଡ଼ିଛି।

ତା’ ସେତ୍ତ୍ଵ ଆମ ଦେଶର ସାହସୀ ଦେଶପ୍ରେମୀମାନେ ମାତୃଭୂମିକୁ ଇଂରେଜ ଶାସନରୁ ମୁକ୍ତ କରାଇବା ପାଇଁ ବ୍ରିଟିଶ ଫଉଜ ଆଗରେ ଠିଆ ହୋଇଛନ୍ତି।

ପ୍ରକୃତ ସ୍ବାଧୀନତା ଆନ୍ଦୋଳନ ୧୮୫୭ର ସିପାହୀ ବିଦ୍ରୋହରୁ ଶୁଭାରମ୍ଭ ହେଲା। ମଙ୍ଗଳ ପାଣ୍ଡେ ନାମକ ଜଣେ ସାହସୀ ଭାରତୀୟ ସିପାହୀ ଏହାର ଶୁଭାରମ୍ଭ କରିଥିଲେ କହିଲେ ଅତୁ୍ୟକ୍ତି ହେବ ନାହିଁ। ସମଗ୍ର ଭାରତରେ ଏହାର ପ୍ରଭାବ ପଡ଼ିଲା। ବ୍ରିଟିଶ ଫଉଜ ଆଧୁନିକ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଏମାନଙ୍କୁ ଦମନ କଲେ। ତା’ପରେ ତାଙ୍କର ଅମାନବିକ ଏକଛତ୍ରବାଦ ଶାସନ ଚାଲିଲା ଭାରତୀୟଙ୍କ ଉପରେ। ପ୍ରତିବାଦ କଲେ ରକ୍ଷା ନାହିଁ। ତଥାପି ଧୀରେଧୀରେ ସାରା ଭାରତରେ ସ୍ବାଧୀନତା ସଂଗ୍ରାମର ବିଦ୍ରୋହ ଦେଖାଦେଲା। ବହୁ ଦେଶପ୍ରେମୀ ଏଥିରେ ଝାସ ଦେଇ କାରବାରଣ କଲେ। ଭଗତ୍ ସିଂହ, ଚନ୍ଦ୍ରଶେଖର ଆଜାଦ୍, ଲକ୍ଷ୍ମଣ ନାୟକ, ଜୟୀ ରାଜଗୁରୁ ଇତ୍ୟାଦି ଫାଶି ଖୁଣ୍ଟରେ ଝୁଲି ସହିଦ୍ ହେଲେ।

ଶେଷରେ କଂଗ୍ରେସର ନେତୃତ୍ଵ ନେଲେ ମହାତ୍ମା ଗାନ୍ଧି। ତାଙ୍କ ନେତୃତ୍ଵରେ ଚାଲିଲା ଅସହଯୋଗ ଆନ୍ଦୋଳନ। ତାଙ୍କର ଡାକରା ଥିଲା ‘କର ବା ମର’। ଅହିଂସା ନୀତିରେ ଆଗେଇ ଚାଲ। ସୁଭାଷବୋଷ କିନ୍ତୁ ମହାତ୍ମାଗାନ୍ଧିଙ୍କ ନୀତିର ବିରୋଧୀ ଥିଲେ। ସେ କହୁଥିଲେ “ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି।” ଶେଷରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ଵରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସ୍ବାଧୀନ ହେଲା। ସେବେଠାରୁ ଆମେ ସ୍ବାଧୀନତା ଦିବସକୁ ପାଳନ କରିଆସୁଛୁ।

ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।

ଜୟହିନ୍ଦ୍!

Comments

Popular posts from this blog

artificial intelligence in odia

  ସେହି ସମସ୍ତ ସାଇ-ଫାଇ ଚଳଚ୍ଚିତ୍ର ଯାହାକୁ ଆମେ ପିଲାବେଳେ ଦେଖୁଥିଲୁ ପ୍ରାୟତ ଆମକୁ ଆଶ୍ଚର୍ଯ କରିଦିଏ ଏବଂ ଆମ ମଧ୍ୟରୁ ଅଧିକାଂଶ ଦିନେ ସେହି ମାନବ ପରି ରୋବଟ୍ ଗଠନ କରିବାକୁ ଇଚ୍ଛା କରନ୍ତି । ଆମେ ବୈଷୟିକ ପ୍ରଗତିର ଏକ ବିରାଟ ତରଙ୍ଗର ସାକ୍ଷୀ ରହିଛୁ ଯାହା ଆମ ଦୈନନ୍ଦିନ କାର୍ଯ୍ୟକଳାପକୁ ସରଳ କରିଥାଏ । ଏହି ବୈଷୟିକ ଉଦ୍ଭାବନଗୁଡ଼ିକ ମଧ୍ୟରେ କୃତ୍ରିମ ବୁଦ୍ଧି (AI) ହେଉଛି ଏକ ମୌଳିକ ଉପାଦାନ ଯାହା ଗଣନାକାରୀ ଉପକରଣ ଏବଂ ସିଷ୍ଟମରେ ମାନବ ବୁଦ୍ଧିର ଅନୁକରଣ ସହିତ ନିଜକୁ ଜଡିତ କରେ | ପ୍ରାୟ ସମସ୍ତ ଶିଳ୍ପ ଡିଜିଟାଲ୍ ବିପ୍ଳବକୁ କାର୍ଯ୍ୟକାରୀ କରିବା ପାଇଁ AI ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି ଯାହା ଏହାକୁ ସମସାମୟିକ କ୍ୟାରିୟରର ସବୁଠାରୁ ପ୍ରମୁଖ ଉପାଦାନ ଭାବରେ ଗଢିଛି ।   ଏହି ବ୍ଲଗ୍ ମାଧ୍ୟମରେ , ଆମେ ଆପଣଙ୍କୁ କୃତ୍ରିମ ଇଣ୍ଟେଲିଜେନ୍ସରେ କ୍ୟାରିଅର୍ କିପରି କରିବେ , ପାଠ୍ୟକ୍ରମଗୁଡିକ ଏବଂ ଏହାର ବ୍ୟାପକ ପରିସର ଉପରେ ଏକ ସମ୍ପୂର୍ଣ୍ଣ ଗାଇଡ୍ ପ୍ରଦାନ କରିବୁ । ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ କଣ ? What is AI (Artificial Intelligence) କୃତ୍ରିମ ବୁଦ୍ଧିମତା ଅର୍ଥ – କୃତ୍ରିମ ଉପାୟରେ ବିକଶିତ intellectual ଦକ୍ଷତା | କୃତ୍ରିମ ବୁଦ୍ଧିର ପିତା ଜନ୍ ମାକାରଥୀଙ୍କ   ଅନୁଯାୟୀ , ବୁଦ୍ଧିମାନ ମେସିନ୍ ତିଆରି କରିବାର ବିଜ୍ଞାନ ଏବଂ ଇଞ୍ଜିନିୟରିଂ , ବିଶେଷକରି ବୁଦ୍ଧିମାନ...

Kohinoor Odia Calendar 2025 | odia calendar 2025

  Find the latest Kohinoor Odia Calendar 2025 and complete guide about the Holidays which falls according to odia calendar 2025 with Tithis . ସମ୍ପୂର୍ଣ ବିବରଣୀ ପାଆନ୍ତୁ ଏଠାରେ odia calendar 2025 ର, ଏବଂ ପ୍ରତି ମାସରେ ପଡୁଥିବା ତିଥି ମଧ୍ୟ ଏଠାରେ ସଂଯୁକ୍ତ । 👉 Odia calendar 2025 pdf download 👈 Odia calendar January 2025 ପର୍ବଦିନ Odia calendar January 2025 ତା୧        ଇଂରାଜୀ ନୂତନ ବର୍ଷ ସନ ୨୦୨୫ ମସିହା ପ୍ରବେଶ ଆରମ୍ଭ , ଦ୍ଵିତୀୟାର ଚନ୍ଦ୍ର ଦର୍ଶନ , ଶରଣ ଆରମ୍ଭ ତା୫        ଶରଣ ଶେ ତା୯        ଶାମ୍ବଦଶମୀ ଓ ସୁଦଶା ବ୍ରତ ତା୧୦     ପୁତ୍ରଦା ଏକାଦଶୀ ଉପବାସ ଓ ହ.ନି. ତା୧୨     ସ୍ବାମୀ ବିବେକାନନ୍ଦ ଜୟନ୍ତୀ , ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ତା୧୩     ପୌଷ ପୂର୍ଣ୍ଣିମା , ଚନ୍ଦ୍ର ପୂଜା , ମହୋଦଧି ଆରତୀ , ନବାଙ୍କ ବେଢ଼ା , ମାସାନ୍ତ ତା୧୪     ଉତ୍ତରାୟଣ ମକର ସଂକ୍ରାନ୍ତି , ପୋଙ୍ଗଲ , ମାଘବ୍ରତାରମ୍ଭ ଓ ହ.ନି. , ତା୧୫     ପୁଷ୍ୟା ଭିଷେକ ଓ ରାଜା ଭିଷେକ ତା୨୩    ...

independence day speech in odia

  ସ୍ବାଧୀନତା ଦିବସ (independence day speech in odia) (ଉପକ୍ରମ - ପରାଧୀନ ଭାରତ - ସ୍ବାଧୀନତା ସଂଗ୍ରାମର ମହତ୍ତ୍ଵ - ଉପସଂହାର) ସେଦିନ ଥିଲା ୧୯୪୭ ମସିହା ଅଗଷ୍ଟ ଚଉଦ ତାରିଖ ଦିନ ୧୨ଟା ଏକ ମିନିଟ୍ ।  ଶୁଭ ଗୁରୁବା।  ସାରା ଭାରତର ସବୁ ଅଞ୍ଚଳରେ ଅପୂର୍ବ ଆନନ୍ଦର ଲହରି।  ଘରଗୁଡ଼ିକ ଲିପାପୋଛା ହୋଇଥାଏ।  ଘର ଆଗରେ କଦଳୀ ଗଛ।  ଶଗଡ଼ ରିକ୍ସା ଚାଳ, ଛାତ ଉପରେ ତ୍ରିରଙ୍ଗା।  ହିମାଳୟରୁ କୁମାରିକା, ଇରମ୍ରୁ ମାତିଲି ସବୁଆଡ଼ୁ ଶୁଭୁଥିଲା–ଭାରତ ମାତାକୀ ଜୟ।  ଭାରତରେ ସମସ୍ତ ସରକାରୀ ଅଫିସ୍, ମିଲିଟାରୀ କ୍ୟାଣ୍ଟନ୍ମେଣ୍ଟ, ସୈନ୍ୟ ବିଭାଗର ମୁଖ୍ୟ ଦପ୍ତର ଓ ସରକାରୀ ବାସଭବନ ଉପରୁ ଦେଢ଼ଶହ ବର୍ଷର ୟୁନିୟନ ଜ୍ୟାକ୍ଗୁଡ଼ିକ କାଢ଼ି ନିଆଗଲା ା ଗୋଟିଏ ନୀରିହ ଜାତି ଉପରେ ହାକିମାତ କରୁଥିବା ଗୋରା ସାହେବା ତୋବା ବନିଗଲେ ା ହିନ୍ଦୁସ୍ଥାନର ଦୁଇଶହ ନବେ ବର୍ଷର ଇଂରେଜ ଶାସନ ନାଟକୀୟା ଭଙ୍ଗୀରେ ତାସ୍ଘର ପରି ଭୁଷୁଡ଼ି ପଡ଼ିଲା ା ଅଚିନ୍ତନୀୟ ଶୁଭ ଦିନର ମହାଭାରତୀୟ, ସମ୍ବାଦପତ୍ରରେ ଯେଉଁ ରୋମାଞ୍ଚକର ସମ୍ବାଦଗୁଡ଼ିକ ପ୍ରକାଶିତ ହୋଇଥିଲା, ତାହାହେଲା– ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଲାଲ୍କିଲ୍ଲାରେ ତ୍ରିରଙ୍ଗା ଝଣ୍ଡା ଉଡ଼ାଇ ଦେଶ ଉଦ୍ଦେଶ୍ୟରେ ହୃଦୟସ୍ପର୍ଶୀ ଭାଷଣ ଦେଇ କହିଥିଲେ–""ବତ୍ତର୍ମାନ ସାରା ପୃଥିବୀ ଗଭୀର ନିଦ୍ରାରେ ଶୋଇଥିବାବେଳେ ଭାରତ ସ୍ବା...