ସ୍ଵାଧୀନତା ଦିବସ (odia debate on independence day)
କ୍ଷ ଉପକ୍ରମ : ଦଶ, ଜାତି ଓ ବ୍ୟକ୍ତି ପକ୍ଷରେ ସ୍ବାଧୀନତା ଦିବସ ଏକ ମହାନ୍ ଦିବସ ରୂପେ ପ୍ରତିଭାତ ହୋଇଥାଏ। ପ୍ରତିବର୍ଷ ଲୋକମାନେ ସ୍ଵାଧୀନତା ଦିବସକୁ ସ୍ବାଗତ କରନ୍ତି। ଏହି ଶୁଭାବସରରେ ସାରା ଦେଶରେ ସ୍ବାଧୀନତା ଦିବସ ଆନନ୍ଦ ସହକାରେ ପାଳିତ ହୁଏ। ବ୍ୟକ୍ତି ଜୀବନର ସ୍ଵାଧୀନତାର ଗୁରୁତ୍ଵକୁ ଯେପରି ଉପଲବ୍ଧି କରାଯାଇଥାଏ, ରାଷ୍ଟ୍ର ପାଇଁ ମଧ୍ୟ ଏହା ସେହିପରି ଅପରିହାର୍ଯ୍ୟ ହୋଇ ଉଠିଥାଏ। ଏ ପରିପ୍ରେକ୍ଷୀରେ ଭାରତର ସ୍ଵାଧୀନତା ଦିବସ ଦେଶର ଗର୍ବ ଓ ଗୌରବର ପ୍ରତୀକ ଅଟେ। ଯୁଗେଯୁଗେ ସ୍ବାଧୀନତା ଆଣିବା ପାଇଁ ସଂଗ୍ରାମକୁ ହିଁ ଆୟୁଧରୂପେ ଗ୍ରହଣ କରାଯାଇଛି। ଦେଶକୁ ସ୍ବାଧୀନତା ଆଣିବାପାଇଁ ଅନେକ ବ୍ୟକ୍ତି ମୃତାହତ ହେବା ସହିତ ଆଜୀବନ କାରାବରଣ ମଧ୍ୟ ଭୋଗ କରିଛନ୍ତି। ଶେଷରେ ମହାତ୍ମାଗାନ୍ଧିଙ୍କ ନେତୃତ୍ଵରେ ଅହିଂସାମୂଳକ ଆନ୍ଦୋଳନରେ ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପରାଧୀନତାର ଶୃଙ୍ଖଳାରେୁ ମୁକ୍ତ ହୋଇ ସ୍ବାଧୀନତା ଲାଭ କଲା। ସେହିଦିନଠାରୁ ଅଦ/ାବଧି ଭାରତର ସର୍ବତ୍ର ସ୍ବାଧୀନତା ଉତ୍ସବ ଆନନ୍ଦ ସହକାରେ ପାଳିତ ହୋଇଆସୁଛି।
କ୍ଷ ସ୍ଵାଧୀନତା ଦିବସ ପାଳନର ଉଦ୍ଦେଶ୍ୟ : ପାଥିର୍ବ ଜଗତର ପ୍ରତ୍ୟେକ ମାନବ ସ୍ବାଧୀନ ଭାବରେ ବଞ୍ଚିବାକୁ ଇଚ୍ଛାପ୍ରକାଶ କରିଥାନ୍ତି। କାରଣ ସ୍ବାଧୀନତା ହେଉଛି ସମସ୍ତଙ୍କର ଜନ୍ମଗତ ଅଧିକାର। ଏଥିପାଇଁ ଅତୀତରେ ବହୁ ଦେଶପ୍ରେମୀ ନିଜ ମାତୃଭୂମିର ସୁରକ୍ଷା ନିମନ୍ତେ ଆତ୍ମବଳି ପ୍ରଦାନ କରିଛନ୍ତି। ସେମାନଙ୍କର ତ୍ୟାଗ, ଆଦର୍ଶ ଓ ସାଧନାକୁ ସ୍ମରଣ କରିବା ନିମନ୍ତେ ଆମେ ସ୍ଵାଧୀନତା ଦିବସ ପାଳନ କରିଥାଉ। ସେହିଦିନ ଜାତୀୟ ପତାକା ଉେତ୍ତାଳନ ପୂର୍ବକ ତା’ରି ତଳେ ସମସ୍ତେ ସମବେତ ହୋଇ ଦେଶ ତଥା ଜାତିର କଲ୍ୟାଣ ସାଧନ ନିମନ୍ତେ ସଙ୍କଳ୍ପବଦ୍ଧ ହୋଇଥା’ନ୍ତି। ରାଷ୍ଟ୍ରନାୟକମାନେ ଅତୀତର ସ୍ମୃତି ଚାରଣ କରି ଦେଶବାସୀଙ୍କୁ ଉଦ୍ବୋଧନ ପ୍ରଦାନ କରନ୍ତି। ଦେଶକୁ ଶକ୍ତିଶାଳୀ, ସୁସଂହତ ଓ ସମୁନ୍ନତ କରିବା ନିମନ୍ତେ ସେହିଦିନ ଦେଶବାସୀ ପ୍ରେରଣା ଲାଭ କରିଥା’ନ୍ତି। କେବଳ ସେତିକି କାହିଁକି, ଦେଶବାସୀ ସ୍ଵାଧୀନ ରାଷ୍ଟ୍ର ପାଇଁ କ’ଣ କରିଛନ୍ତି ତା’ର ସମୀକ୍ଷା କରାଯାଇ ଆଗାମୀ ଦିନ ପାଇଁ କର୍ମପନ୍ଥା ନିର୍ଦ୍ଧାରଣ କରାଯାଏ। ତା’ ସହିତ ଜାତିର ସ୍ବାଭିମାନକୁ ଏହି ଦିବସ ପ୍ରକାଶ କରିଥାଏ।
କ୍ଷ ଅତୀତର ସ୍ମୃତିଚାରଣ : ଦୀର୍ଘଦିନଧରି ଭାରତ ଇଂରେଜମାନଙ୍କର ଶାସନାଧୀନ ଥିଲା। ସେମାନଙ୍କ ଅତ୍ୟାଚାରୀ ଶାସନରେ ଭାରତବାସୀ ଅତିଷ୍ଠ ହୋଇଯାଇଥିଲେ। ଫଳରେ ଦେଶବାସୀ ତାଙ୍କର ନ୍ୟାଯ୍ୟ ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରି ନ ପାରି ନିଷ୍ପେଷିତ ଓ ଅବହେଳିତ ହୋଇ ରହିଥିଲେ। ଭାରତକୁ ସ୍ବାଧୀନତା ଆଣିବା ନିମନ୍ତେ ଜନଜାଗରଣ ସୃଷ୍ଟି ହେଲା। ୧୮୫୭ ମସିହାରେ ସିପାହୀମାନେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କଲେ। ହୁଏତ ଏହି ଆନ୍ଦୋଳନ ସ୍ଵାଧୀନତା ସଂଗ୍ରାମର ପ୍ରଥମ ପ୍ରୟାସ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ। ସେହି ସମୟରେ ଭାରତୀୟମାନଙ୍କ ମନରେ ସ୍ବାଧୀନତା ଆଣିବାପାଇଁ ନବଜାଗରଣ ସୃଷ୍ଟି ହେଲା। ଏହି ଆନ୍ଦୋଳନକୁ ତ୍ଵରାନ୍ଵିତ କରିବା ନିମନ୍ତେ ୧୮୮୫ ମସିହାରେ ପ୍ରଥମେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇ ଦେଶ ସ୍ବାଧୀନତା ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଗଲା। ଏ ପରିପ୍ରେକ୍ଷୀରେ ବାଳଗଙ୍ଗାଧର ତିଳକ, ଗୋପାଳକୃଷ୍ଣ ଗୋଖଲେ, ଦାଦାଭାଇ ନାଓରୋଜି ପ୍ରଭୃତି ନେତୃତ୍ଵ ନେଇ ସ୍ଵରାଜ୍ୟ ଆନ୍ଦୋଳନରେ ପ୍ରଧାନ ଭୂମିକା ଗ୍ରହଣ କଲେ। ୧୯୧୯ ମସିହାରେ ଜାଲିଆନାଓ୍ଵାଲାବାଗରେ ଇଂରେଜ ସରକାରଙ୍କର ନାରକୀୟ ହତ୍ୟାକାଣ୍ଡ ମୁକ୍ତିକାମୀ ଭାରତୀୟମାନଙ୍କ ସଂଗ୍ରାମୀ ମନୋଭାବକୁ ତେଜୀୟାନ୍ କରାଇଲା। ମହାତ୍ମାଗାନ୍ଧିଙ୍କ ବଳିଷ୍ଠ ନେତୃତ୍ଵରେ ଦେଶରେ ଅସହଯୋଗ ଆନ୍ଦୋଳନ ମାଧ୍ୟମରେ ଇଂରେଜ ଶାସନକୁ ପଙ୍ଗୁ କରିଦେବାକୁ ଭାରତୀୟମାନେ ବଦ୍ଧପରିକର ହେଲେ। ଏପରିକି ଜନସାଧାରଣଙ୍କର ବିଦେଶୀ ଜିନିଷ ବର୍ଜନ ଏହି ଆନ୍ଦୋଳନକୁ ପ୍ରୋତ୍ସାହନ ଦେଲା। ଦେଶରେ କ୍ରମଶଃ ସତ୍ୟାଗ୍ରହ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେଲା। ଭାରତଛାଡ଼ ଆନ୍ଦୋଳନ ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇଲା। ମହାତ୍ମାଗାନ୍ଧି ମିଳିତ ଜନତାଙ୍କ ଉଦ/ମରେ ଅହିଂସା ମାର୍ଗରେ ଆନ୍ଦୋଳନ ପରିଚାଳନ କଲେ। ଏଥିରେ ବହୁନେତା କାରାବରଣ କଲେ ଓ ନିରୀହ ଜନତା ମଧ୍ୟ ଇଂରେଜମାନଙ୍କ ଗୁଳିରେ ମୃତୁ୍ୟବରଣ କରି ଦେଶପାଇଁ ସହିଦ୍ ହେଲେ। ନେତାଜୀ ସୁଭାଷ ବୋଷ ହିଂସାତ୍ମକ ମାର୍ଗରେ ଦେଶ ସ୍ବାଧୀନ କରିବାକୁ ପ୍ରୟାସ କରି ଆଜାଦ୍ ହିନ୍ଦ୍ ଫୌଜ ଗଠନ କଲେ। ସଂଗ୍ରାମରତ ପଣ୍ଡିତ ଜବାହାରଲାଲ ନେହରୁ, ସୁଭାଷଚନ୍ଦ୍ର ବୋଷ, ମହାତ୍ମାଗାନ୍ଧି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ପ୍ରମୁଖ ନେତାମାନେ ଦେଶ ସ୍ବାଧୀନତା ପାଇଁ ନିରବଚ୍ଛିନ୍ନ ଉଦ/ମ କରି କୃତକାର୍ଯ୍ୟ ହେଲେ। ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଇଂରେଜମାନେ ଭାରତ ଛାଡ଼ି ସ୍ବଦେଶକୁ ପ୍ରତ୍ୟାବତ୍ତର୍ନ କଲେ। ଫଳରେ ପରାଧୀନ ରାଷ୍ଟ୍ର ଭାରତ ସ୍ଵାଧୀନତା ଲାଭ କଲା। ଏ ଦିଗରେ ଦେଶବାସୀ, ରାଷ୍ଟ୍ରନେତୀ, ଶାସକ ଦଳ ପ୍ରମୁଖ ସଚେତନ ଥା’ନ୍ତି।
କ୍ଷ ଉତ୍ସବ ପାଳନର ଅନ୍ତରାଳେ : ଦେଶବ୍ୟାପୀ ଭାରତୀୟମାନେ ଶ୍ରଦ୍ଧା ସହକାରେ ସ୍ବାଧୀନତା ଉତ୍ସବକୁ ପାଳନ କରିଥା’ନ୍ତି। ଏପରିକି ଆକୁମାରୀ ହିମାଚଳ ପର୍ଯ୍ୟନ୍ତ ଭାରତର ସର୍ବତ୍ର ଏହି ଉତ୍ସବ ମହାସମାରୋହରେ ପାଳିତ ହୁଏ। ବିଦେଶରେ ଥିବା ଭାରତୀୟମାନେ ମଧ୍ୟ ଉକ୍ତ ଉତ୍ସବକୁ ଆନନ୍ଦ ସହକାରେ ପାଳନ କରନ୍ତି। ଭାରତର ସମସ୍ତ ବିଦ/ାଳୟ, ମହାବିଦ/ାଳୟ, ବିଶ୍ଵବିଦ/ାଳୟ, ସରକାରୀ ଅନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ପତକା ଉେତ୍ତାଳନ କରାଯାଇ ନାନାଭାବରେ ସୁସଜ୍ଜିତ କରାଯାଇଥାଏ। ବିଭିନ୍ନ ଜିଲ୍ଲା, ସହରର ସଦର ମହକୁମା, ଗ୍ରାମ୍ୟ ପଞ୍ଚାୟତ, ମୁ୍ୟନିସିପାଲିଟିମାନଙ୍କରେ ଏହି ଉତ୍ସବ ପାଳନ କରାଯାଏ। ଶାସକଗୋଷ୍ଠୀର ବିଭିନ୍ନ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ସରକାରୀ ଅଫିସରମାନେ ବିଭିନ୍ନ ସ୍ଥାନରେ ପତାକା ଉେତ୍ତାଳନ କରି ଅଭିବାଦନ ଗ୍ରହଣ କରିବା ପୂର୍ବକ ଉପସ୍ଥିତ ଜନତାମାନଙ୍କୁ ଉଦ୍ବୋଧନ ଦିଅନ୍ତି। ସବୁଠାରେ ସୂର୍ଯ୍ୟାସ୍ତ ପୂର୍ବରୁ ଜାତୀୟ ପତାକାକୁ ଅର୍ଦ୍ଧନିମିତ କରାଯାଏ। ବିଭିନ୍ନ ଅନୁଷ୍ଠାନ ରଙ୍ଗିନ୍ କାଗଜ, ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଥାଏ। ଲୋକମାନେ ଆତସବାଜି ଫୁଟାଇ ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରନ୍ତି। ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରତୁ୍ୟଷରୁ ପ୍ରଭାତଫେରି ଓ ବସ୍ତି ସଫେଇ କରାଯାଇ ବିଭିନ୍ନ ସ୍ଲୋଗାନରେ ଗଗନ-ପବନ ପ୍ରକମ୍ପିତ ହେଉଥାଏ। ଛାତ୍ରଛାତ୍ରୀମାନେ ନିଦ୍ଦିର୍ଷ୍ଟ ପୋଷାକ ପରିଧାନପୂର୍ବକ ଧାଡ଼ି ବାନ୍ଧି ବିଦ/ାଳୟକୁ ଆସନ୍ତି। ସେଠାରେ ଅତିଥି ପତାକା ଉେତ୍ତାଳନ କରି ଅଭିବାଦନ ଗ୍ରହଣ କରନ୍ତି। ସେମାନେ ଦେଶ ସମ୍ଵନ୍ଧରେ ପିଲାମାନଙ୍କୁ ଉଦ୍ବୋଧନ ଦିଅନ୍ତି। ‘ଜନଗଣମନ ଅଧିନାୟକ’ ଜାତୀୟ ସଙ୍ଗୀତ ଗାନ କରାଯାଏ। ଛାତ୍ର-ଛାତ୍ରୀମାନଙ୍କ କଣ୍ଠରେ ‘ବନ୍ଦେମାତରଂ, ମହାତ୍ମାଗାନ୍ଧି କି ଜୟ, ସ୍ଵାଧୀନ ଭାରତ କି ଜୟ’ ଧ୍ଵନିରେ ଉତ୍ସବ ମୁଖରିତ ହୋଇଥାଏ। ଏନ୍.ସି.ସି, ସ୍କାଉଟ, ଗାଇଡ଼ ଓ ରେଡ଼କ୍ରସ୍ରେ ଭାଗନେଇଥିବା ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରଦର୍ଶନ କରନ୍ତି। ଅତିଥି ଭାଷଣ ପ୍ରସଙ୍ଗରେ ସ୍ବାଧୀନତା ସଂଗ୍ରାମର ଇତିବୃତ୍ତ, ସମ୍ପ୍ରତି ରାଷ୍ଟ୍ରୀୟ ସମସ୍ୟା, ଦେଶ ପ୍ରଗତି ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ ପୂର୍ବକ ସାରଗର୍ଭକ ଭାଷଣ ପ୍ରଦାନ କରି ସମସ୍ତଙ୍କୁ ଉତ୍ସାହିତ କରନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ପତାକା ଉେତ୍ତାଳନ କରି ଅଭିବାଦନ ଗ୍ରହଣ କରିବା ପୂର୍ବକ ସାରଗର୍ଭକ ଭାଷଣ ପ୍ରଦାନ କରିଥାନ୍ତି। ଦଶ, ରାଜ୍ୟ ଓ ବିଭିନ୍ନ ଅନୁଷ୍ଠାନର କୃତି ସନ୍ତାନମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଏ। ଗଣମାଧ୍ୟମ ଜରିଆରେ ନେତାମାନଙ୍କର ଭାଷଣ ଓ ପତାକା ଉେତ୍ତାଳନ ଇତ୍ୟାଦିର ସିଧାପ୍ରସାରଣ କରାଯାଇଥାଏ। ଲୋକମାନେ ଘରେ ବସି ଟି.ଭି. ଓ ରେଡ଼ିଓ ମାଧ୍ୟମରେ ଉତ୍ସବ ଉପଭୋଗ କରନ୍ତି। ଉକ୍ତ ଉତ୍ସବକୁ ଆନନ୍ଦମୁଖର କରିବା ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେଦିନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଛୁଟି ଘୋଷଣା କରାଯାଇଥାଏ।
କ୍ଷ ଉପସଂହାର : ସ୍ଵାଧୀନତା ହେଉଛି ଜାତିର ତଥା ଦେଶର ଅମୂଲ୍ୟ ସମ୍ପଦ। ବହୁ କଷ୍ଟ ଅଜିର୍ତ ସ୍ବାଧୀନତାକୁ ବଜାୟ ରଖିବା ହେଉଛି ସମସ୍ତ ନାଗରିକଙ୍କର ପ୍ରଧାନ କର୍ଭବ୍ୟ। ଏଥିପାଇଁ ସମସ୍ତେ ଯତ୍ନବାନ୍ ହେବା ବିଧେୟ। ଏହି ଜାତୀୟ ଉତ୍ସବରୁ ପ୍ରେରଣା ଲାଭ କରି ଜାତୀୟତାକୁ ବଜାୟ ରଖିବା ନିମନ୍ତେ ଯତ୍ନବାନ୍ ହେବା ସହିତ ଦେଶର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରଚେଷ୍ଟା ଜାରି ରଖୁବା ବିଧେୟ।
No comments:
Post a Comment